ବସଷ୍ଟପ - ବିମ୍ବାଧର ମହାପାତ୍ର




ବସଷ୍ଟପ ର ସେହି ଭଙ୍ଗାଦଦରା ଘର ର ଗୋଟିଏ କୋଣରେ ସବୁଦିନ ଛିଡ଼ାହୋଇ ଅପେକ୍ଷା କରେ ବସକୁ ସେଇ ଝିଅ ଟି ! ଆଉ ମନୋଜ ସବୁଦିନେ ଲକ୍ଷ୍ୟ କରେ ସେଇ ଝିଅଟିକୁ,ହେଲେ ଏଇ କେତେଦିନ ହେବ ଝିଅଟି ଆଉ ଆସୁନାହିଁ,ସେଥିପାଇଁ ମନୋଜର ମନ ଭରି ବିଚଳିତ,କୁଆଡେ ଗଲା ସେ ଝିଅଟି,କେଉଁଠି ରୁହେ ସିଏ,କଣ ତାର ପରିଚୟ ଏମିତି କେତେ କଥା ଭାବି ଚାଲିଛି ! 
ଝିଅଟିର ଅଜାଣତରେ ନିଜ ମୋବାଇଲରେ ଫୋଟୋ ଟିଏ ଉଠାଇ ରଖିଛି,ସେଇ ଫୋଟୋ ବୋଧେ ମନୋଜକୁ ବିଚଳିତ କରୁଛି !

 କେଜାଣି କାହିଁକି ସେ ଝିଅଟିକୁ ଦେଖିଦେଲେ ମନୋଜ ର ମନ ବହୁତ ଖୁସି ହୁଏ,କଥା ଟିକେ ହେବା ପାଇଁ ବହୁତ ଇଚ୍ଛା ହୁଏ,ହେଲେ ସେ ସାହସ ଜୁଟାଇ ପାରିନି,ମନ କଥା ମନରେ ରଖିଛି !

କିନ୍ତୁ ଅଫିସର ଚେୟାର ଉପରେ ବସି ସେ ଝିଅ କଥା କେତେ ଭାବିଛି,ଆଉ ନିଷ୍ପତ୍ତି ନେଇଛି,ଖୋଜି ବାହାର କରିବ,ଦୁଇପଦ କଥା ନିଶ୍ଚୟ ହେବ ! ହେଲେ ଏତେବଡ଼ ସହରରେ କେମିତି ଖୋଜିବ,ତଥାପି ମନକୁ ଦୃଢ଼ କରିଛି,ନିଶ୍ଚିତ ଖୋଜିବ !

ବସଷ୍ଟପ ରୁ ଆରମ୍ଭ କରି ପାଖ ଦୋକାନୀ ସମସ୍ତଙ୍କୁ ପଚାରିଛି,କେଉଁଠି ପାଇନି,ମନ୍ଦିର ମସଜିଦ ସବୁଆଡେ ଖୋଜିଲାଣି,ହେଲେ ସବୁଠି ବିଫଳ ! 

ଏମିତି କିଛିମାସ ବିତିଗଲା, ଦିନେ ନିଜ ସୋସିଆଲ ଆକାଉଣ୍ଟ ରେ ଦେଖିବାକୁ ପାଇଲା ତୁରନ୍ତ ଗୋଟେ ଏ ନେଗେଟିଭି ରକ୍ତ ର ଅଵଶ୍ୟକତା ଅଛି,ଏହି ନମ୍ବରରେ ଯୋଗାଯୋଗ କରନ୍ତୁ,ମନୋଜ ତୁରନ୍ତ ଫୋନ ଲଗାଇଲା ଏବଂ କହିଲା ମୋର ନେଗେଟିଭି ରକ୍ତ,ମନୋଜ ଶୁଣିଛି ତା ମାଆ ଏଇ ରକ୍ତ ନମିଳିବା ଯୋଗୁଁ ଆଜି ଆରପାରିରେ,ତୁରନ୍ତ ଯାଇ ମେଡିକାଲ ରେ ପହଁଚି ରକ୍ତ ଦେବାର ବ୍ୟବସ୍ଥା କଲା, ରକ୍ତ ଦେଇସାରି ରୋଗୀକୁ ଦେଖିବାର ଭାରି ଇଚ୍ଛା ହେଲା,ଆଉ ଆଶ୍ଚର୍ଯ୍ୟ ହେଇଗଲା ଏଇ ତ ସେଇ ଝିଅ,ଯାହାକୁ ଏତେଦିନ ଧରି ଖୋଜୁଛି ! 

ଡାକ୍ତର କହିଛନ୍ତି, ଝିଅଟିର ରକ୍ତ କମ ଅଛି,ପିଲା ଜନ୍ମବେଳକୁ ରକ୍ତ ଆବଶ୍ୟକ,ତେଣୁ କେଉଁଠୁ ନେଗେଟିଭି ରକ୍ତ ନମିଳିବାରୁ ସୋସିଆଲ ମିଡିଆରେ ଛାଡିଥିଲୁ,ଏକଥା ତାଙ୍କର ସମ୍ପର୍କୀୟ କହିଚାଲୁଥିଲେ,ସେତେବେଳେ ଡାକ୍ତର ଆସି ତୁରନ୍ତ ଅପରେସନ ଥିଏଟର କୁ ନେବାପାଇଁ କହିଲେ !

ଝିଅଟିର ବାପାଙ୍କ ଠାରୁ ପଚାରି ଜାଣିଲେ, ବାହାଘରର ତିନିମାସ ପରେ ରାସ୍ତା ଦୁର୍ଘଟଣା ରେ ତା ସ୍ବାମୀ ଏବେ ଆରପାରିରେ,ଶାଶୂଘର ଅଲକ୍ଷଣି କହି ତଡିଦେଲେ,ଏବେ ଆମ ଘରେ ! ମନୋଜ ପଚାରିଲେ  ଆଉ ସେଇ ବସଷ୍ଟପ ରୁ ସବୁଦିନେ କୁଆଡେ ଯାଆନ୍ତି,ଘରେ କଣ ପାଇଁ ବସିବ, ସେଥିପାଇଁ କମ୍ପ୍ୟୁଟର ଶିଖିବା ପାଇଁ ଯାଏ,ବୋଲି ଝିଅ ର ବାପା କହିଲେ ! ଏଥର ଝିଅଟିର ସମସ୍ତ କଥା ଶୁଣି ସାରିଲା ପରେ ମନୋଜ କଣ କହିବ ଭାବୁ ଥାଏ ! ଏତିକି ବେଳେ କୁଆଁ କୁଆଁ ଶବ୍ଦ ଶୁଭିଲା,ନର୍ସ ଆସି କହିଲେ ପୁଅ ଟିଏ ହୋଇଛି ..... ମନୋଜ ଏଥର ନିଜକୁ ସ୍ୱାନ୍ତନାଦେବା ପୂର୍ବକ ଭାବୁଥିଲେ ଏଇଥିପାଇଁ ବୋଧେ ଝିଅଟି ସହିତ ଭଗବାନ ବସଷ୍ଟପ ରେ ଦେଖା କରିଥିଲେ ! ଟିକେ ରକ୍ତ ଦେଇ ତା ଜୀବନ ବଞ୍ଚାଇବା ପାଇଁ !

ବିମ୍ବାଧର ମହାପାତ୍ର
ତାଳଚେର,ଅନଗୁଳ

Post a Comment

0 Comments